Maintenance Notice : To improve your experience, our website will undergo maintenance for 10 Hours on 18th Feb 2026 from 10:00 AM to 08:00 PM IST.
ଶ୍ରୀମଦ୍ ଭଗବଦ୍ଗୀତା ମୌଳିକ ରୂପରେ (Bhagavad Gita, Moulika Rupare)
Author: କୃଷ୍ଣକୃପା ଶ୍ରୀମୂର୍ତ୍ତି ଶ୍ରୀ ଶ୍ରୀମଦ୍ ଏ .ସି. ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦ
Description
ଭାରତୀୟ ପାରମାର୍ଥିକ ବିଜ୍ଞାନର ମୁକୁଟମଣି-ସ୍ୱରୂପ ଏହି ଭଗବଦ୍ ଗୀତା ସମଗ୍ର ବିଶ୍ୱବ୍ରହ୍ମାଣ୍ଡରେ ଖ୍ୟାତି ଲାଭ କରିଅଛି। ଆତ୍ମ-ଉପଲବ୍ଧିର ପଥପ୍ରଦର୍ଶକ ଏହି ଭଗବଦ୍ ଗୀତାର ସାତଶହ ଶ୍ଳୋକ ପରମେଶ୍ୱର ଭଗବାନ୍ ଶ୍ରୀକୃଷ୍ଣ ତାଙ୍କର ଅନ୍ତରଙ୍ଗ ଭକ୍ତ ଅର୍ଜୁନଙ୍କୁ ଉପଦେଶ କରିଛନ୍ତି। ବାସ୍ତବିକପକ୍ଷେ, ମନୁଷ୍ୟର ଅପରିହାର୍ଯ୍ୟ ପ୍ରକୃତି, ତାର ପରିବେଶ ଏବଂ ସର୍ବୋପରି ଭଗବାନଙ୍କ ସଙ୍ଗେ ତାର ସଂପର୍କ ଆଦି ରହସ୍ୟୋଦ୍ଘାଟନର ଏକ ଗ୍ରନ୍ଥଟି ଅତୁଳନୀୟ। କୃଷ୍ଣକୃପା ଶ୍ରୀମୂର୍ତ୍ତି ଶ୍ରୀ ଶ୍ରୀମଦ୍ ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦ, ବିଶ୍ୱରେ ଅଗ୍ରଗଣ୍ୟ ବୈଦିକ ଜ୍ଞାନର ଅଦ୍ୱିତୀୟ ଆଚାର୍ଯ୍ୟ ତଥା ଭଗବାନ୍ ଶ୍ରୀକୃଷ୍ଣଙ୍କର ଜଣେ ଶୁଦ୍ଧଭକ୍ତ ଅଟନ୍ତି। ସେ ମହାତ୍ମା ପୃଥିବୀର ଏକ ବିଶିଷ୍ଟ ପ୍ରଖ୍ୟାତ ପଣ୍ଡିତ ଏବଂ ବୈଦିକ ଧର୍ମ ଓ ଦର୍ଶନର ଗୁରୁ ଅଟନ୍ତି ଏବଂ ଭଗବାନ୍ ଶ୍ରୀକୃଷ୍ଣଙ୍କଠାରୁ ଆରମ୍ଭ ହୋଇଥିବା ପ୍ରବାହି ଗୁରୁପରମ୍ପରାରେ ସେ ହେଉଛନ୍ତି ସର୍ବଶ୍ରେଷ୍ଠ ଆତ୍ମୋପଲବ୍ଧ ପ୍ରତିନିଧି ବା ଗୁରୁ। ସେ ଶ୍ରୀକୃଷ୍ଣଙ୍କର ଗଂଭୀର ସଂଦେଶକୁ ମୌଳିକ ରୂପରେ ପ୍ରସ୍ତୁତ କରିଛନ୍ତି, ଯାହା ଗୀତାର ଅନ୍ୟାନ୍ୟ ସଂସ୍କରଣ ଠାରୁ ସମ୍ପୂର୍ଣ୍ଣ ଅଲଗା। ପୂର୍ଣ୍ଣ ଶ୍ଳୋକାନୁବାଦ, ପ୍ରାମାଣିକ ଭାଷ୍ୟ ଏବଂ ଷୋହଳଟି ରଙ୍ଗୀନ ଚିତ୍ର ସମନ୍ୱିତ ଏହି ନୂତନ ସଂସ୍କରଣଟି ଯଥାନୁରୂପ ପ୍ରକାଶ କରୁଥିବା ହେତୁ ଏହା ପାଠକମାନଙ୍କୁ ଏକ ସୁସ୍ପଷ୍ଟ ଓ ଉଜ୍ଜ୍ୱଳ ପ୍ରକାଶ ପ୍ରଦାନ କରେ ।
Sample Audio