Maintenance Notice : To improve your experience, our website will undergo maintenance for 10 Hours on 18th Feb 2026 from 10:00 AM to 08:00 PM IST.
ଦେବହୁତି ନନ୍ଦନ ଶ୍ରୀ କପିଳ ଶିକ୍ଷାମୃତ (Devahuti Nandana Shree Kapila Sikshyamruta)
Author: କୃଷ୍ଣକୃପା ଶ୍ରୀମୂର୍ତ୍ତି ଶ୍ରୀ ଶ୍ରୀମଦ୍ ଏ .ସି. ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦ
Description
"ଯେପରିକି ପ୍ରାଚୀନ ଭାରତର ପୁରାଣମାନଙ୍କରୁ ଜଣାଯାଏ, ଯେ ଅନେକ ବର୍ଷ ପୂର୍ବେ ମହାନ୍ ଋଷି ଶ୍ରୀ କପିଳଦେବ ସାଧ୍ୟ ଦେବହୁତିଙ୍କୁ ଗର୍ଭରୁ ଏହି ପୃଥିବୀ ପୃଷ୍ଠରେ ଆବିର୍ଭୂତ ହୋଇଥିଲେ। ଯେତେବେଳେ ଦେବହୁତିଙ୍କର ସ୍ୱାମୀ ପାରମାର୍ଥକ ସିଦ୍ଧି ପ୍ରାପ୍ତ ହେବା ନିମିତ୍ତ ଗୃହ ତ୍ୟାଗ କଲେ, ସେତେବେଳେ ତାଙ୍କୁ ଜ୍ଞାନାଲୋକରେ ଉଦ୍ଭାସିତ କରିବା ନିମିର ଦେବହୁତି ତାଙ୍କର ଦିବ୍ୟ ପୁତ୍ର ଶ୍ରୀ କପିଳଦେବଙ୍କୁ ଅନୁରୋଧ କଲେ। ଭଗବାନ୍ ଶ୍ରୀ କପିଳଦେବ ତତ୍ପରେ ଦେବହୁତିଙ୍କୁ ସାଂଖ୍ୟ ଦର୍ଶନର ମାର୍ଗ ପ୍ରଦର୍ଶନ କଲେ, ଯାହାକି ବ୍ରହ୍ମାଣ୍ଡ, ଆତ୍ମା ଏବଂ ସମସ୍ତ ପଦାର୍ଥର ଚରମ ଉତ୍ସ ସମ୍ୱନ୍ଧୀୟ ଉଚ୍ଚତର ଉପଲବ୍ଧି ନିମିତ୍ତ ଏକ ବିଶ୍ଳେଷଣାତ୍ମକ ମାର୍ଗ ଅଟେ। ଏଠାରେ ବୈଦିକ ଧର୍ମ ଏବଂ ଦର୍ଶନର ବିଶ୍ଵରେ ସର୍ବାଧକ ମହାନ୍ ଆଚାର୍ଯ୍ୟ ବର୍ତ୍ତମାନ ପରିପ୍ରେକ୍ଷୀରେ ଆମ୍ଭମାନଙ୍କ ନିମିତ୍ତ ଭଗବାନ୍ ଶ୍ରୀ କପିଳଦେବଙ୍କ ଶିକ୍ଷାର ଉପଯୋଗୀତା ସମ୍ୱନ୍ଧରେ ପଥ ପ୍ରଦର୍ଶନ କରିଛନ୍ତି । ଯେପରି ଏହି ଗ୍ରନ୍ଥରେ ବର୍ଣ୍ଣନା କରାଯାଇଛି, ସାଂଖ୍ୟ ମାର୍ଗରେ ଆମେ ଗୁରୁଙ୍କର ଗୁଣ, ଧ୍ୟାନର ବିଜ୍ଞାନ, ଚେତନାର ମନସ୍ତତ୍ତ୍ୱ, ଆମ ଶାକ୍ଷାତ୍କାର ପୁରୁଷର ଲକ୍ଷଣ, ଦିବ୍ୟଜ୍ଞାନ ଏବଂ ପରମ ମୁକ୍ତିର ପଥ ସମ୍ୱନ୍ଧରେ ଅବଗତ ହୋଇପାରିବୁ। ଶ୍ରୀଳ ପ୍ରଭୁପାଦଙ୍କର ଗ୍ରନ୍ଥମାନ ଅତ୍ୟନ୍ତ ମୂଲ୍ୟବାନ୍ ହୋଇଥିବା ହେତୁ ଯତ୍ନର ସହିତ ରଖିବା ଉଚିତ୍। ଯେ କୌଣସି ଧର୍ମ ଅଥବା ଦର୍ଶନର ଅନୁଯାୟୀ ହେଉନା କାହିଁକି, ଯଦି ଜଣେ ଏହି ଗ୍ରନ୍ଥମାନ ଉନ୍ମୁକ୍ତ ମନରେ ଅଧ୍ୟୟନ କରେ, ସେ ଏହାଦ୍ୱାରା ପ୍ରଭାବିତ ନ ହୋଇ ରହିପାରିବ ନାହିଁ। ଡା: ଗାରୀ ଗେଲେଜ୍ ପ୍ରଫେସର, ମନସ୍ତତ୍ତ୍ୱ ବିଜ୍ଞାନ ବିଭାଗ, ଅକ୍ସଫୋର୍ଡ ୟୁନିଭରସିଟି"
Sample Audio